ପ୍ରଶାନ୍ତି ଅନୁଚିନ୍ତା
ଜୁନ ୦୯, ୨୦୨୩ ଆମେ ପ୍ରକୃତି ଓ ପରିବେଶ ର ସନ୍ତୁଳନ କିପରି ରକ୍ଷା କରିପାରିବା ? ଭଗବାନ ଆଜି ପ୍ରେମପୂର୍ଣ୍ଣ ଭାବରେ ଆମ ଶରୀର ସହ ସମାନ୍ତରାଳ ଭାବେ ତୁଳନା କରି ଏହା ଆମକୁ ସ୍ମରଣ କରାଇ ଦେଇଛନ୍ତି। ଏହି ଶରୀରର ତାପମାତ୍ରା ଏକ ନିର୍ଦ୍ଧିଷ୍ଟ ସୀମା ଭିତରେ ରହିଥାଏ। ଯଦି ଏହି ତାପମାତ୍ରା ସାଧାରଣ ଠାରୁ ଉପରକୁ କିମ୍ବା ତଳକୁ ହୁଏ, ତେବେ ତାହା କୌଣସି ରୋଗର ଲକ୍ଷଣ ହୋଇଥାଏ। ସେହିପରି ଏହି ପୃଥିବୀକୁ ସୁସ୍ଥ ରଖିବାକୁ ହେଲେ, ପ୍ରାକୃତିକ ପରିବେଶ ଗଠନ ହୋଇଥିବା ପଞ୍ଚତତ୍ତ୍ଵ ଭିତରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ଯଦି ଏହି ସନ୍ତୁଳନ ଅଶାନ୍ତ ହୋଇଯାଏ କିମ୍ବା ଏହି ତତ୍ତ୍ଵ ଗୁଡିକ ପ୍ରଦୁଷିତ ହୋଇଯାଏ ତେବେ ଦେଶ ଗୁଡିକୁ ବିଭିନ୍ନ ପ୍ରକାର କୁପରିଣାମ ଭୋଗ କରିବାକୁ ପଡିବ। ଯଦି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ର ଫଳାଫଳ ପ୍ରକୃତିର ସନ୍ତୁଳନକୁ ପ୍ରଭାବିତ କରେ ଏବଂ ପରିବେଶ, ନଦୀ ଓ ସମୁଦ୍ରକୁ ପ୍ରଦୁଷିତ କରେ, ତେବେ ନୂତନ ପ୍ରକାରର ରୋଗ ଦେଖାଯିବ। ଆଜି ଏପରିକି ଶୁଦ୍ଧ ବାୟୁ ମଧ୍ୟ ଦୁର୍ଲଭ ହୋଇଯାଇଛି। ବିଶ୍ବର ତିନି ଚତୁର୍ଥାଂଶ ଅଞ୍ଚଳ ଜଳପୂର୍ଣ୍ଣ ହୋଇ ରହିଛି। ସମୁଦ୍ର ଗର୍ଭରେ ଅନେକ ପ୍ରକାରର ଖଣିଜ ପଦାର୍ଥ ରହିଛି। କିନ୍ତୁ ସେଗୁଡ଼ିକୁ ବାହାର କରିବା ପାଇଁ କିଛି ସୀମା ରୂପକ ପ୍ରତିବନ୍ଧ ରହିବା ଆବଶ୍ୟକ। ନଚେତ୍ ସମୁଦ୍ର, ଯାହା କେବେ ତାହାର ସୀମା ଲଂଘନ କରେ ନାହିଁ, ଦିନେ ତାର ସୀମା ଅ...