ପ୍ରଶାନ୍ତି ଅନୁଚିନ୍ତା

 ଜୁନ ୦୯, ୨୦୨୩

ଆମେ ପ୍ରକୃତି ଓ ପରିବେଶ ର ସନ୍ତୁଳନ କିପରି ରକ୍ଷା କରିପାରିବା ? ଭଗବାନ ଆଜି ପ୍ରେମପୂର୍ଣ୍ଣ ଭାବରେ ଆମ ଶରୀର ସହ ସମାନ୍ତରାଳ ଭାବେ ତୁଳନା କରି ଏହା ଆମକୁ ସ୍ମରଣ କରାଇ ଦେଇଛନ୍ତି।

ଏହି ଶରୀରର ତାପମାତ୍ରା ଏକ ନିର୍ଦ୍ଧିଷ୍ଟ ସୀମା ଭିତରେ ରହିଥାଏ। ଯଦି ଏହି ତାପମାତ୍ରା ସାଧାରଣ ଠାରୁ ଉପରକୁ କିମ୍ବା ତଳକୁ ହୁଏ, ତେବେ ତାହା କୌଣସି ରୋଗର ଲକ୍ଷଣ ହୋଇଥାଏ। ସେହିପରି ଏହି ପୃଥିବୀକୁ ସୁସ୍ଥ ରଖିବାକୁ ହେଲେ, ପ୍ରାକୃତିକ ପରିବେଶ ଗଠନ ହୋଇଥିବା ପଞ୍ଚତତ୍ତ୍ଵ ଭିତରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। 

ଯଦି ଏହି ସନ୍ତୁଳନ ଅଶାନ୍ତ ହୋଇଯାଏ କିମ୍ବା ଏହି ତତ୍ତ୍ଵ ଗୁଡିକ ପ୍ରଦୁଷିତ ହୋଇଯାଏ ତେବେ ଦେଶ ଗୁଡିକୁ ବିଭିନ୍ନ ପ୍ରକାର କୁପରିଣାମ ଭୋଗ କରିବାକୁ ପଡିବ। ଯଦି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ର ଫଳାଫଳ ପ୍ରକୃତିର ସନ୍ତୁଳନକୁ ପ୍ରଭାବିତ କରେ ଏବଂ ପରିବେଶ, ନଦୀ ଓ ସମୁଦ୍ରକୁ ପ୍ରଦୁଷିତ କରେ, ତେବେ ନୂତନ ପ୍ରକାରର ରୋଗ ଦେଖାଯିବ। 

ଆଜି ଏପରିକି ଶୁଦ୍ଧ ବାୟୁ ମଧ୍ୟ ଦୁର୍ଲଭ ହୋଇଯାଇଛି। ବିଶ୍ବର ତିନି ଚତୁର୍ଥାଂଶ ଅଞ୍ଚଳ ଜଳପୂର୍ଣ୍ଣ ହୋଇ ରହିଛି। ସମୁଦ୍ର ଗର୍ଭରେ ଅନେକ ପ୍ରକାରର ଖଣିଜ ପଦାର୍ଥ ରହିଛି। କିନ୍ତୁ ସେଗୁଡ଼ିକୁ ବାହାର କରିବା ପାଇଁ କିଛି ସୀମା ରୂପକ ପ୍ରତିବନ୍ଧ ରହିବା ଆବଶ୍ୟକ। ନଚେତ୍  ସମୁଦ୍ର,  ଯାହା କେବେ ତାହାର ସୀମା ଲଂଘନ କରେ ନାହିଁ, ଦିନେ ତାର ସୀମା ଅତିକ୍ରମ କରିବାକୁ ବାଧ୍ୟ ହେବ। ଏପରିକି ଭୂମିକମ୍ପ ଏବଂ ଆଗ୍ନେୟଗିରି ଉଦଗୀରଣ ମଧ୍ୟ ପ୍ରକୃତି ରେ ପର୍ଯ୍ୟାବରଣର ଅସ୍ଥିରତା କାରଣରୁ ହୋଇଥାଏ।

- ଦିବ୍ୟ ସମ୍ଭାଷଣ,ଜୁନ ୧୬, ୧୯୮୩

ଜୀବନରେ ସ୍ଥିରତାର ଅଭାବ କାରଣରୁ ଆଜି ମାନବିକତା ଅବକ୍ଷୟ ହେବାରେ ଲାଗିଛି।

- ଶ୍ରୀ ସତ୍ୟସାଇ ବାବା🌹

ଜୁନ ୨୧, ୨୦୨୩

ବର୍ଷା କିମ୍ୱା ଖରା ହେଉନା କାହିଁକି, ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ  ଭଗବାନଙ୍କ ଅଦୃଶ୍ୟ ହସ୍ତ ରହିଛି, ଏହି ସତ୍ୟତାକୁ ଅନୁଭବ କରିବାର ଅଭ୍ୟାସ ଆମେ କଣ ପାଇଁ କରିବା ଆବଶ୍ୟକ ? ଭଗବାନ ଆଜି ପ୍ରେମପୂର୍ଣ୍ଣ ଭାବରେ ଅତି ସ୍ପଷ୍ଟ ଉକ୍ତି ସହିତ ଆମର ମାର୍ଗଦର୍ଶନ କରିଛନ୍ତି।

ଭଲ ଏବଂ ଖରାପ - ସବୁକିଛି ଭଗବାନଙ୍କ ଇଚ୍ଛା ଅଟେ। ଆମେ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅନୁଚିତ୍। ଲୋକ ଭାବନ୍ତି ଭଲ ଘଟଣା ଗୁଡିକ ଭଗବାନଙ୍କ ଇଚ୍ଛାରେ ହୋଇଥାଏ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଗୁଡିକ ତା'ଙ୍କ ଇଚ୍ଛାରେ ହୋଇନଥାଏ। ଏହି ସଂସାରରେ କୌଣସି ବ୍ୟକ୍ତି କେବଳ ମିଠା କିମ୍ବା କେବଳ ପିତା ଖାଦ୍ୟ ଖାଇନଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ମିଠା ଓ ପିତା ଉଭୟ ସ୍ୱାଦର ଖାଦ୍ୟ ଖାଇଥାନ୍ତି। ଅନ୍ୟ ଶବ୍ଦରେ କହିବାକୁ ଗଲେ, ପ୍ରତ୍ୟେକ ବ୍ୟକ୍ତି ଉଭୟ ଭଲ ଓ ଖରାପ ପରିସ୍ଥିତିକୁ ଅନୁଭବ କରିଥାନ୍ତି। 

ଯଦି ଆମେ ଗଭୀର ଚିନ୍ତା କରିବା, ତେବେ ଜାଣିପାରିବା ଯେ, ଜୀବନରେ ତିକ୍ତ ଅନୁଭୂତିର ମଧ୍ୟ ଆବଶ୍ୟକତା ରହିଛି ! କେବଳ ତାହାପରେ ହିଁ ଆମେ ଶାନ୍ତି, ସନ୍ତୁଷ୍ଟି ଏବଂ ଆନନ୍ଦର ମୂଲ୍ୟ ବୁଝିପାରିବା। ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ ଏବଂ ଆନନ୍ଦ ସଦାବେଳେ ମିଶିକରି ଚାଲିଥାନ୍ତି। ସେମାନଙ୍କୁ କେହି ପୃଥକ୍ କରିପାରିବ ନାହିଁ। କେବଳ ଆନନ୍ଦ କୌଣସି ସ୍ଥାନରେ ମିଳେ ନାହିଁ। କଠିନ ପରିସ୍ଥିତିକୁ ଅତିକ୍ରମ କରିପାରିଲେ ହିଁ ପ୍ରକୃତ ଆନନ୍ଦ ମିଳିଥାଏ। 

ଗୋଟିଏ ଶିଶୁ ସମୟକ୍ରମେ ଅଜା କିମ୍ଵା ଆଈ ରେ ପରିଣତ ହୋଇଯାଇଥାଏ । କିନ୍ତୁ ସେ ଦୁହେଁ ପୃଥକ ନୁହଁନ୍ତି। ସେହିପରି ଆମ ଭିତରେ ଥିବା ଭଲ ଗୁଣ ପରିବର୍ତ୍ତିତ ହୋଇ ଖରାପ ହୋଇଯାଇପାରେ ଏବଂ ଖରାପ ଗୁଣ ଭଲ ହୋଇଯାଇପାରେ। ଆମେ ଏହି ଦୁଇଟି ମଧ୍ୟରେ ଐକିକତ୍ଵ କୁ ଅନୁଭବ କରିବା ଉଚିତ୍। ଯାହା ଆମ ଭିତରେ ଥିବା ଦିବ୍ୟତ୍ଵର ଏକାତ୍ମକତା କୁ ବୁଝିବାରେ ସହାୟକ ହୋଇଥାଏ। ଯେତେବେଳେ ଆମେ ସେହି ଦିବ୍ୟଶକ୍ତି ଠାରୁ ଦୂରେଇ ଯାଉ ଆମେ ନଷ୍ଟ ହୋଇ ଦାନବ ଏବଂ ପଶୁ ସ୍ତରକୁ ଖସିଆସିଥାଉ ।

- ଅଧ୍ୟାୟ ୦୮,ଗ୍ରୀଷ୍ମ ଅବକାଶରେ ଅମୃତ ବର୍ଷା,୧୯୯୫

ସମ ମନୋଭାବରେ ଭଲ ଏବଂ ଖରାପ ଉଭୟ କୁ ଗ୍ରହଣ କରିବା ହେଉଛି ସର୍ବୋତ୍ତମ ଗୁଣ, ଯାହା ତୁମକୁ ବ୍ରହ୍ମ ଅନୁଭୂତି ଆଡ଼କୁ ଆଗେଇ ନେବ।

- ଶ୍ରୀ ସତ୍ୟସାଇ ବାବା🌹

Comments

Popular posts from this blog

NO OBJECTION CERTIFICATE FOR TPWODL ELECTRICITY CONNECTION

SELF DECLARATION FOR APPLY Certify Copy / Income/ Resident / Caste / SEBC / OBC / Legal heir / Solvency / Income & Assets (EWS) certificate

ESSAY ON MAHATMA GANDHI